ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ରାଜ୍ୟକାହାଣୀ ( ଭୁବନେଶ୍ୱର )ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା ଦୁଇଟି ଡ୍ରୋନ। ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ସୂଚନା ରହିଛି ।ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଡ୍ରୋନ ଉଡ଼ିବା ସମୟରେ ବାନା ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ କିଏ ଏଭଳି ଦୁଃସାହାସିକ କାର୍ଯ୍ୟ କରିପାରିଲା ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ଫେବୃଆରୀ ୨୨ରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା। ଏମିତି ଘଟଣା ବାରମ୍ବାର ଘଟୁଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସକ ଚେତୁ ନ ଥିବା ପରି ମନେ ହେଉଛି। ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ପୂର୍ବରୁ ବୈଠକ ବସିଥିଲା। ସରକାର ବାରମ୍ବାର ସଫେଇ ଦେଇ ଆସିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସତ୍ତ୍ଵେ ବି ଡ୍ରୋନ ଉଡ଼ିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।

You might also like