ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ: ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍‌

ଭୁବନେଶ୍ୱର (ରାଜ୍ୟ କାହାଣୀ)ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି । ପ୍ରାୟ ୨୬୪୪ ଜଣ ସରକାରୀ ନିର୍ଦ୍ଧାରିତ ପୋଟାଲରେ ଆବେଦନ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍‌ ପଡ଼ିଛନ୍ତି । ସେପଟେ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର ତାଲିମ ନେଇଛନ୍ତି ପ୍ରାଶାସନିକ କର୍ମଚାରୀ । କାର୍ଯ୍ୟରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରାଶାସନିକ କର୍ମଚାରୀଙ୍କୁ ତାଲିମ୍‌ ଦେବା ଅବସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚେତାବନୀ ଶୁଣାଇଛନ୍ତି ।ସମସ୍ତ ହବିଷ୍ୟାଳି ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହାକୁ ଲକ୍ଷ୍ୟରେ ରଖି ପରସ୍ପର ଭିତରେ ସମନ୍ୱୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

You might also like