ଶେଷରେ ଟ୍ରମ୍ପଙ୍କ ସହ କଥା ହେଲେ ମୋଦୀ
ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ, ସେ ଭାରତୀୟ ନେତାଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ପ୍ରଥମ ଥର ପାଇଁ ମୋଦୀ ଓ ଟ୍ରମ୍ପ କଥାବାର୍ତ୍ତା ହୋଇଛନ୍ତି । ଟାରିଫ୍ ହ୍ରାସ ଦିଗରେ ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପ୍ରଥମେ ସୋସିଆଲ ମିଡିଆରେ କଥାବାର୍ତ୍ତା ଓ ଏହାର କିଛି ଦିନ ପରେ ଫୋନ୍ରେ କଥାବାର୍ତ୍ତା ଦୁଇଦେଶର ସମ୍ପର୍କକୁ ପୁଣି ଥରେ ସୁଧାରିପାରେ । ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଟାରିଫ ବଢ଼ାଇ ୫୦ ପ୍ରତିଶତ କରିବା ପରେ ନୂଆ ଦିଲ୍ଲୀ ଏବଂ ୱାଶିଂଟନ୍ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଥିଲା ।