ଲଗାଣ ବର୍ଷାରେ ଭାଙ୍ଗିଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
ନୀଳଗିରି,(ରାଜ୍ଯ କାହାଣୀ)ଲଗାଣ ବର୍ଷାରେ ଘର ଭାଙ୍ଗିଯିବା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାରର ୪ ସଦସ୍ୟ।ବିଳମ୍ବିତ ରାତିରେ ଶୋଇଥିବା ବେଳେ ହଠାତ୍ ଘରର ଛପର ଓ କାନ୍ଥ ଭାଙ୍ଗିଯାଇଥିଲା ।ସୂଚନା ଯୋଗ୍ୟ,୨ ଦିନର ଲଗାଣ ବର୍ଷାରେ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବସନ୍ତ ଧାଉଁଡିଆଙ୍କ ପରିବାର ଘରେ ଶୋଇଥିବା ସମୟରେ ହଠାତ ଘରର କାନ୍ଥ ଓ ଛପର ହଠାତ ଭାଙ୍ଗିଥିଲା।ଫଳରେ ପରିବାରର ୪ ଜଣ ସଦସ୍ୟ ଅଳ୍ପକେ ଘରୁ ବାହାରକୁ ବାହାରିଥିଲେ।ଘରର ସମସ୍ତ ଘରକରଣା ଉପକରଣ ସମେତ ଟିଭି,ପଲଙ୍କ ଓ ଚାଉଳ ମାଟିତଳେ ପୋତିହୋଇରହିଛି। ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଘର ଖଣ୍ଡିଏ ପାଇଁ ପୂର୍ବରୁ ବହୁବାର ଗୁହାରି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। କର୍ମକୁ ଆଦରି ଉକ୍ତ ଭଙ୍ଗାଘରେ ରହିଥିବା ବେଳେ ଦାଉ ସାଧିଲା ଲଗାଣବର୍ଷା। ଶେଷରେ ଅଳ୍ପକେ ବଞ୍ଚିଯାଇଥିଲେ ହେଁ କେବେ ସରକାରୀ ସହାୟତା ମିଳିବ ତାକୁ ପରିବାରର ଅପେକ୍ଷା।