ରାୟଗଡ଼ା ଭିଡ଼ ହିଂସାକୁ କଡ଼ା ନିନ୍ଦା, ବିଜେପି କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର (ରାଜ୍ୟକାହାଣୀ )ରାୟଗଡ଼ା ଭିଡ଼ ହିଂସାକୁ ବିଜେଡିର କଡ଼ା ନିନ୍ଦା। ପ୍ରେସମିଟ୍ ରେ ବର୍ଷିଲା ବିରୋଧୀ ଦଳ। ।ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟରେ ପ୍ରତିଦିନ ଘଟୁଥିବା ଅମାନବୀୟ ଘଟଣା ଓ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ସମାଲୋଚନା କରିଥିଲେ ।ଶ୍ରୀମତୀ ସୁଲତା ଦେଓ କହିଛନ୍ତି, ଆଜି ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତ୍ତି ପାଇଁ ବିଭିନ୍ନ ଉତ୍ସବ ପାଳନ, ଯୋଜନାର ଶୁଭାରମ୍ଭ, ଉଦ୍ଘାଟନ ଓ ବ୍ୟାପକ ବିଜ୍ଞାପନ ପ୍ରଚାରରେ ବ୍ୟସ୍ତ ଥିବାବେଳେ, ରାଜ୍ୟରେ ଘଟୁଥିବା ଗୁରୁତର ଓ ଚିନ୍ତାଜନକ ଘଟଣା ପ୍ରତି ସରକାରଙ୍କ ଉଦାସୀନତା ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ରାୟଗଡ଼ାରେ ଘଟିଥିବା ବର୍ବର ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି । ଗୋଟିଏ ଝିଅକୁ ୫୦ରୁ ଅଧିକ ଜଣ ଡାହାଣୀ କହି ଆକ୍ରମଣ କଲେ। ଏହା କଣ ଦର୍ଶାଉଛି। ଏଠାରେ ଥିବା ଲୋକଙ୍କ ପୁଲିସ କି ସରକାରଙ୍କୁ ଭୟ ନାହିଁ। ସେମାନେ ମଣିଷ ନୁହଁନ୍ତି। ସେମାନେ ପଶୁ। ଏଭଳି ଘଟଣା ବାରମ୍ବାର ଘଟୁଛି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ବିଜେଡି ସରକାରରେ ଅପରାଧୀଙ୍କ ଭୟ ଥିଲା। ଏଯାଏଁ କେତେ ହିଂସା ହୋଇଛି, ସରକାର ଶ୍ଵେତପତ୍ର ଜାରି କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି। ଅନ୍ୟପଟେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତିି ଯେ, ଅତିଥି ଦେବ ଭବୋ ପାଇଁ ଓଡିଶାର ନାଁ ନବୀନ ବାବୁଙ୍କ ସମୟରେ ସୁନାମ ଆର୍ଜନ କରିଥିଲା ବେଳେ ଗତ ଦୁଇ ବର୍ଷ ବିଜେପି ସରକାରରେ ଓଡିଶାର ଛବି ବିଶ୍ୱ ଦରବାରରେ ମଳିନ ହେବାରେ ଲାଗିଛି । ଆଜି ରାଜ୍ୟବାସୀ ଅନୁଭବ କରୁଛନ୍ତିି, ଭାରତୀୟ ଜନତା ପାର୍ଟି ଦୁଇ ବର୍ଷରେ ରାଜ୍ୟକୁ ଦୁଇ ଶହ ବର୍ଷ ପଛକୁ ନେଇଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଝିଅମାନଙ୍କୁ ଦୁଷ୍କର୍ମ କରାଯାଉଛି । ଜିତୁ ମୁଣ୍ଡାଙ୍କ ଭଳି ଲୋକମାନେ କଙ୍କାଳ ବୋହି ବ୍ୟାଙ୍କକୁ ଯାଉଛନ୍ତିି । ଭିଡହିଂସାରେ ଲୋକମାନଙ୍କ ଜୀବନ ଯାଉଛି, ତଥାପି ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ । ଜଣେ ଝିଅ ପାଠ ପଢିବା ପାଇଁ ଏ ରାଜ୍ୟକୁ ଆସି ଭିଡହିଂସାର ସମ୍ମୁଖୀନ ହୋଇ ସର୍ବସାଧାରଣରେ ବିବସ୍ତ୍ର ହେଲା ଭଳି ଲଜ୍ଜାର କଳଙ୍କ ମୁଣ୍ଡରେ ନେଇ ଯାଉଛି ଏକଥା ସାରା ଦୁନିଆକୁ କ’ଣ ବାର୍ତ୍ତା ଦେଉଛି? ଭିଡ ହିଂସା ଘଟାଉଥିବା ଲୋକମାନଙ୍କର ପୋଲିସକୁ ଡର ନାହିଁ । ସରକାର ଆସିବାର ପ୍ରଥମ ଦିନରେ ହିଁ ତତ୍କାଳିନ ରାଜ୍ୟପାଳଙ୍କ ପୁଅ ଯେକି ଜଣେ ଅଣଓଡିଆ, ସେ ଜଣେ ଓଡିଆ ଏଏସ୍ଓଙ୍କୁ ଜୋତା ଚଟାଇବା ଭଳି ନିନ୍ଦନୀୟ ଘଟଣାରେ ସରକାର ତାଙ୍କୁ ଗିରଫ କରି ଦଣ୍ଡଦେବା ଦୂର କଥା ତାଙ୍କ ନାଁରେ ଏଫ୍ଆଇଆର ମଧ୍ୟ କଲେ ନାହିଁ । ସେହି ଦିନଠାରୁ ଅପରାଧୀମାନଙ୍କ ମନୋବଳ ବଢି ଯାଇଛି, ଯେ ଆମେ ଯାହା କଲେ ମଧ୍ୟ ସରକାର କିଛି କରିପାରିବେ ନାହିଁ ।

You might also like