ରାଜ୍ୟରେ ଭତ୍ତା ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟରେ ଗତ ୩ ମାସ ହେବ ପ୍ରାୟ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଚିଠି ମାଧ୍ୟମରେ ସେ ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି ।ଲଗାତାର ତିନି ମାସ ଧରି ଭତ୍ତା ହିତାଧିକାରୀମାନେ ଏହି ସହାୟତାରୁ ବଞ୍ଚିତ ହେବା ସହ ଆର୍ଥିକ ଅନଟନର ଶିକାର ହେଉଛନ୍ତି । ସଫ୍ଟୱେର ଜନିତ ସମସ୍ୟା ପାଇଁ ଏତେ ବଡ଼ ବିଳମ୍ବ ଘଟିବା ସରକାରଙ୍କ ଚରମ ଅବହେଳା ଓ ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି କହିଛନ୍ତି ନବୀନ । ବୈଷୟିକ ତ୍ରୁଟି ଆଳରେ ଗରିବ ଲୋକଙ୍କ ଅଧିକାରକୁ ବଳି ଚଢ଼ାଯାଇପାରିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ସେପଟେ ଗୁରୁବାର ନବୀନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସରକାରଙ୍କୁ ସମାଲୋଚନା କରିବା ସହ ଶୀଘ୍ର ଭତ୍ତା ଦେବାକୁ କହିଥିଲେ ।

You might also like