ରାଜ୍ୟରେ ବର୍ଷକରେ ବଢ଼ିଲେ ୨୨ ହଜାର ପ୍ରବାସୀ ଶ୍ରମିକ-ଶ୍ରମ ମନ୍ତ୍ରୀ 

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରଙ୍କୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି ।୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୪,୧୦୬ରେ ପହଞ୍ଚିଛନ୍ତି । ଯାହା ବର୍ଷକରେ ୨୨ ହଜାର ବୃଦ୍ଧି ପାଇଛି । ଭୋଗରାଇ ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ।୨୦୨୪ ଆର୍ଥିକ ବର୍ଷରେ ୪୯,୯୯୮ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଥିଲେ । ୨୦୨୫ରେ ଏହି ସଂଖ୍ୟା ୬୫,୩୦୯ରେ ପହଞ୍ଚିଛି । ସେହିପରି ବରଗଡ଼ ଭଳି କୃଷି ପ୍ରବଣ ଜିଲ୍ଲାରେ ମାଧ୍ୟ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିଛି ବୋଲି ଶ୍ରମ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ ଗୃହରେ ତଥ୍ୟ ରଖିଛନ୍ତି ।

You might also like