ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟ କାହାଣୀ (ଭୁବନେଶ୍ୱର )ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।ଓଡ଼ିଶା ବାତ୍ୟା ପ୍ରବଣ ହୋଇଥିବାରୁ ଆଗୁଆ ପାଣିପାଗ ସୂଚନା ହାସଲକୁ ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ସହାୟତା ମାଗିଛନ୍ତି । ରାଜ୍ୟରେ ବାତ୍ୟା, ବନ୍ୟା ସମୟରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି । ଫଳରେ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ କରିବାକୁ ପଡ଼ୁଛି । ତେଣୁ ରାଜ୍ୟର ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବିଜୁଳି ଭିତ୍ତିଭୂମିକୁ ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ଆଲୋଚନା କରିଛନ୍ତି । ଏଥିପାଇଁ ସାଢ଼େ ୭ ହଜାର କୋଟି ଟଙ୍କା ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ ବହୁମୁଖୀ ହେବ, ଯାହା ବିପର୍ଯ୍ୟୟ ସମୟରେ ଆଶ୍ରୟ ପ୍ରଦାନ କରିବ ଏବଂ ଅନ୍ୟ ସମୟରେ ସାମାଜିକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହାଦ୍ବାରା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବ ନାହିଁ।ଏହି ଯୋଜନା ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

You might also like