ରାଜୀବ ଗାନ୍ଧୀଙ୍କ ଚଷମା ପାଇଁ କୋଟି ଟଙ୍କାର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ଦଳର ଜଣେ କ୍ଷୁଦ୍ର କର୍ମୀଙ୍କୁ ଏପରି ଏକ ବିଶେଷ ଉପହାର ଦେଇଥିଲେ । ଯାହାକୁ ୩୫ ବର୍ଷ ଧରି ସାଇତି ରଖିଛନ୍ତି କର୍ମୀ । ଏହି ଚଷମା ପାଇଁ ତାଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି ।ଏହି ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ ରିବା’ର ଆଶିଷ୍ ଶର୍ମାଙ୍କୁ ଶ୍ରଦ୍ଧାରେ ରାଜୀବ ଗାନ୍ଧୀ ତାଙ୍କର ଏହି ଚଷମା ଗିଫ୍ଟ କରିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିଲା । ଗିଫ୍ଟ ଦେବାର କିଛି ଦିନ ପରେ ଦୁନିଆକୁ ଅଲ୍‌ବିଦା କହିଥିଲେ ରାଜୀବ । ଏହି ଚଷମା ୩୪ ବର୍ଷ ପୂରୂଣା । ୧୦୯୧ ମସିହା ୮ ମଇରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ବୟସରେ ୨୦ ବର୍ଷ ସାନ କଂଗ୍ରେସ କାର୍ଯ୍ୟକର୍ତା ଆଶୀଷଙ୍କ ସହ ରାଜୀବଙ୍କ ସାକ୍ଷାତ ହୋଇଥିଲା । ଗତ ୩୪ ବର୍ଷ ମଧ୍ୟରେ ଆଶିଷଙ୍କୁ କୋଟି କୋଟି ଟଙ୍କାର ଲୋଭ ଦେଖାଯାଇଛି, କିନ୍ତୁ ଆଶୀଷ ସବୁବେଳେ ଏହାକୁ ବିକ୍ରି କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି ।ସେ ଭାବନ୍ତି ଯେ ଚଷମା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । ଏହା ମୋ ପାଇଁ କେବଳ ଏକ ଚଷମା ନୁହେଁ, ବରଂ ଏହା ରାଜୀବ ଜୀ’ଙ୍କ ବଳିଦାନ । ଦେଶ ପାଇଁ ତାଙ୍କର ସ୍ୱପ୍ନ ଏବଂ ସେହି କଳା ଦିନର ଏକ ଜୀବନ୍ତ ସାକ୍ଷୀ । ଏହାର ମୂଲ୍ୟ କୌଣସି ଟଙ୍କାରେ ଆକଳନ କରାଯାଇପାରିବ ନାହିଁ ।

You might also like