ରାଜଧାନୀ ରାଜରାସ୍ତାରେ ନିଶାସକ୍ତ ଅଟୋ ଚାଳକଙ୍କ ହାଇଡ୍ରାମା

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜଧାନୀ ରାଜରାସ୍ତାରେ ନିଶାସକ୍ତ ଅଟୋ ଚାଳକଙ୍କ ହାଇଡ୍ରାମା । ନିଜ ଅଟୋକୁ ନିଜେ ଦୁର୍ଘଟଣା ଘଟାଇ ପଥଚାରୀଙ୍କୁ ଗାଳିଗୁଲଜ କଲେ । ଏପରିକି ବାହୁବଳୀ ଭାବେ ଓଲଟିପଡିିଥିବା ନିିଜ ଅଟୋକୁ ନିିଜେ ଶକ୍ତି ଲଗାଇ ପୁଣି ଛିଡା କରିଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବା ପରେ ଘଟଣା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। ପିସିଆର ଟିମ ମଧ୍ୟ ମଦ୍ୟପ ଅଟୋ ଚାଳକକୁ କାବୁ କରିବାକୁ ନାକେଦମ ହୋଇଛନ୍ତି । ୨ ଟି ପୋଲିସ ଟିମ ଶେଷରେ କାବୁ କରି ମଦ୍ୟପକୁ ଖାରବେଳ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ।ଏନେଇ ଖାରବେଳନଗର ଥାନାଧିକାରୀ ରଜନିକାନ୍ତ ମିଶ୍ର କହିଛନ୍ତି, “ଅଟକ ଥିବା ଅଟୋ ଚାଳକଙ୍କ କଥାରେ ତାଳମେଳ ରହୁନି। ସେ ନିଜ ପରିଚୟ ମଧ୍ୟ ଠିକ ଭାବେ କହିପାରୁନାହାନ୍ତି। ତାଙ୍କ ଘର କେତେବେଳେ କେଶରୀ ନଗର କହୁଛନ୍ତି ତ ଆଉ କେତେବେଳେ କେୟାର ହସ୍ପିଟାଲ ଆଡେ କହୁଛନ୍ତି । ସେ ସ୍ୱଭାବିକ ଅବସ୍ଥାରେ ଆସିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା ସହ ପରିଚୟ ଯାଞ୍ଚ କରୁଛୁ। ଆବଶ୍ୟକତା ପଡିଲେ ତାଙ୍କୁ ନୋଟିସ୍ ଦେଇ ଛାଡିବୁ” ବୋଲି ଥାନାଧିକାରୀ ମିଶ୍ର କହିଛନ୍ତି।

You might also like