ଯାତ୍ରା ମଞ୍ଚରେ ସାପ ସହ ଅଭିନୟ, ବନ ବିଭାଗ ଅଫିସରେ ହାଜର ହେଲେ ଅଭିନେତା

ରାଜ୍ୟ କାହାଣୀ (ଭୁବନେଶ୍ୱର )ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ପଡିଲା ମହଙ୍ଗା । ବନ ବିଭାଗ ଅଫିସରେ ହାଜର ହେଲେ ଯାତ୍ରା ତୁଳସୀ ଗଣନାଟ୍ୟର ଅଭିନେତା ସାଇ । ଯାଜପୁର ଜିଲ୍ଲା ବଇରୀ ରେଞ୍ଜ ଅଫିସ୍‌ରେ ଅଭିନେତା ଜଣଙ୍କ ହାଜର ହୋଇଛନ୍ତି । ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜପତ୍ର ଅଭିନେତା ବନ ବିଭାଗ ଅଫିସରେ ଦେଖାଇଥିବା ଜଣାପଡିଛି ।। ଗତକାଲି ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରିଥିଲେ। ହେଲେ ଅଭିନେତା ନଥିବାରୁ ବନ ବିଭାଗ ଅଧିକାରୀ ଅଫିସରେ ହାଜର ହେବା ପାଇଁ ନୋଟିସ କରିଥିଲେ। ଯାତ୍ରା ତୁଳସୀ ଗଣନାଟ୍ୟ ଏକ ନାଟକରେ ଅଭିନେତା ସାଇ ଯାତ୍ରା ମଞ୍ଚରେ ସାପକୁ ଧରି ଅଭିନୟ କରୁଥିବା ଦେଖିବକୁ ମିଳିଥିଲା। ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି।

You might also like