ମହେନ୍ଦ୍ର ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା
ରାଜ୍ୟ କାହାଣୀ ( ଭୁବନେଶ୍ଵର)ପଦ୍ମ ପୁରସ୍ଜାର ବିଜେତା ମହେନ୍ଦ୍ର କୁମାର ମିଶ୍ରଙ୍କୁ ଆଜି ଭୁବନେଶ୍ଵର ଠାରେ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଓଡ଼ିଶା ସଂସ୍କୃତି ସୁରକ୍ଷା ପରିବାର ପକ୍ଷ୍ୟରୁ ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ ଉପଢୌକନ ପ୍ରଦାନ କରଯାଇଥିଲା I ଏହା ସହ ପ୍ରକାଶ ପାଇଥିବା ସାହିତ୍ୟ ଭିତ୍ତିକ ପତ୍ରିକା ଓଡ଼ିଶା ବିଭବ ମଧ୍ୟ ଦିଆଯାଇଥିଲା I ଆଗକୁ ସାହିତ୍ୟ କ୍ଷେତ୍ରରେ ଆହୁରି କାର୍ଯ୍ୟ କରିବାକୁ ଏହା ଉତ୍ସାହିତ କରିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ I