ଭେଜେନୁଏଲା ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପାଣ୍ଡିଆନ

ଭୁବନେଶ୍ୱର , ରାଜ୍ୟ କାହାଣୀ: ବିଜେଡି ସକ୍ରିୟ ରାଜନୀତିରୁ ଦୂରେଇ ରହିଥିବା ପାଣ୍ଡିଆନଙ୍କୁ ଏବେ ଭେଜେନୁଏଲା ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳିଛି । ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ଙ୍କୁ ଭେଟିଥିଲେ । ଦେଶର ଏହି ପ୍ରାକୃତିକ ଦୁର୍ବିପାକ ବେଳେ ପ୍ରଭାବିତ ଲୋକଙ୍କୁ ବିପଦରୁ ଉଦ୍ଧାର କରିବା ଦିଗରେ ସେମାନଙ୍କ ସାହାସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।ଏହାପରେ ଶ୍ରୀ ପାଣ୍ଡିଆନ୍ ଭେନେଜୁଏଲା ରାଷ୍ଟ୍ରପତି ଡେଲସି ରେଡ୍ରିଗୁଏଜ୍ ଙ୍କୁ ସାକ୍ଷାତ କରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲାରେ ଓଡ଼ିଶାର ଅଭିଜ୍ଞତା ବାଣ୍ଟିଥିଲେ । ପ୍ରାକୃତିକ ବିପର୍ଯ୍ୟୟରେ ଉଦ୍ଧାର, ମରାମତି ଏବଂ ଥଇଥାନ କାର୍ଯ୍ୟର ଯୋଜନାବଦ୍ଧ ରୂପାୟନ ଓଡ଼ିଶା ସରକାରଙ୍କ ସଫଳତାର ଚାବିକାଠି ବୋଲି ଜଣାଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନର ତ୍ୱରିତ ଏବଂ ଦୀର୍ଘସ୍ଥାୟୀ ସୂତ୍ର ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୂର୍ବ ବିଜେଡି ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପାଣ୍ଡିଆନ ତାଙ୍କର ପ୍ରଶାସନିକ ଅଭିଜ୍ଞତା ଉପସ୍ଥାପନ କରିଥିଲେ ।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ରାଷ୍ଟ୍ରପତି ଶ୍ରୀମତୀ ରେଡ୍ରିଗୁଏଜ ପ୍ରଶଂସା କରିବା ସହିତ ସତ୍ୟସାଇବାବାଙ୍କର ଭକ୍ତ ହୋଇଥିବାରୁ ଭାରତ ସହିତ ତାଙ୍କର ଆଧ୍ୟାତ୍ମିକ ସମ୍ପର୍କ ପ୍ରକାଶ କରିଥିଲେ । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଭାରତୀୟ ସୈନ୍ୟ, ଡାକ୍ତରୀ ଦଳର କାର୍ଯ୍ୟକୁ ରାଷ୍ଟ୍ରପତି ମଧ୍ୟ ଭୂୟସୀ ପ୍ରଶଂସା କରିଥଲେ ।

You might also like