ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ: ଡିସିପି

ଭୁବନେଶ୍ୱର (ରାଜ୍ୟକାହାଣୀ )ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏ ମାମଲାକୁ ନେଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ପ୍ରତିକ୍ରିୟା ରଖିଛନ୍ତି । ଭୀମସେନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ପୋଲିସ ପାଇଛି । ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମସେନ ହିଁ ପରିସ୍ଥିତି ସୃଷ୍ଟି କରିଥିଲେ । ଯାହା ଫଳରେ ଚନ୍ଦ୍ରିକା ଏହିଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ । ହ୍ୱାଟସାପ ତଥ୍ୟ ବି ମିଳିଛି । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ କରିଥିଲେ , କିନ୍ତୁ ସେ ଫୋନ ଉଠାଇନଥିଲେ । ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା କଲ କରିଥିଲେ , କିନ୍ତୁ ତାହା ବି ଉଠାଇ ନଥିଲେ । ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ ।ଚନ୍ଦ୍ରିକାଙ୍କ ମୃତ୍ୟୁ ଖବର ପାଇ ଓଏଏସ ଟ୍ରେନିଂ ସେଣ୍ଟରରୁ ଫେରାର ହୋଇଯାଇଥିଲେ ଭୀମସେନ । ଭୁବନେଶ୍ୱର, ଖୋର୍ଦ୍ଧା, ଟାଙ୍ଗୀ, ମୟୂରଭଞ୍ଜ ଏବଂ ଝାଡ଼ଖଣ୍ଡରେ ପୋଲିସ ସହ ଲୁଚକାଳି ଖେଳୁଥିଲେ । ଯେତେବେଳେ ଫେରାରର ସବୁ ବାଟ ବନ୍ଦ ହୋଇ ଯାଇଥିଲା ସେତେବେଳେ ମୟୂରଭଞ୍ଜ ବିଶୋଇ ଥାନାରେ ଆତ୍ମସମର୍ପଣ କରିଥିଲେ । ଏହାପରେ ବାରଙ୍ଗ ଥାନା ପୋଲିସ ସେଠାରେ ପହଞ୍ଚି ଭୀମସେନଙ୍କୁ କଟକ ଆଣିଥିଲା ।

You might also like