ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ପରେ ଗାଡ଼ିକୁ ରିଲିଜ କରିବା ପାଇଁ ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳ ଉକ୍ତ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ। ଆଜି ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏଏସ୍‌ଆଇ ବିଶ୍ୱାଳଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି l ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ଚଢାଉର ନେତୃତ୍ୱ ନେଇଥିଲେ l

You might also like