ବୋରୱେଲରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁକନ୍ୟାର ଜୀବନ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ବିଲ୍ଡିଂ କାମ ବେଳେ ଅଘଟଣ। ବୋରୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ। ମାମୁ ଘରକୁ ବୁଲିବାକୁ ଆସିଥିଲା ଭାଣିଜି । ହେଲେ ମେଡିକାଲରେ ନିର୍ମାଣଧୀନ ନୂଆ ବିଲଡିଂ ନିକଟରେ ଖେଳୁ ଖେଳୁ ବୋରୱେଲରେ ଖସି ପଡିଥିଲା । ମୃତ ଶିଶୁକନ୍ୟା ହେଲା ସମାୟିରା ନାୟକ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣାଧୀନ କୋଠା ପାଖରେ ଶିଶୁକନ୍ୟା ଖେଳୁ ଥିଲା। ଆଜି ଅପରାହ୍ନ ସମୟରେ ଖେଳୁଥିବା ବେଳେ ‌ଅସାବଧାନତା ପାଇଁ ବୋର୍‌ୱେଲ୍‌ରେ ଗଳି ପଡ଼ିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ଜାଣିବାକୁ ପାଇଲେ ଯେ, ଶିଶୁକନ୍ୟାଟି ବୋର୍‌ୱେଲ୍‌ରେ ଖସିପଡ଼ିଛି। ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଏବଂ ଉଦ୍ଧାରକାରୀ ଦଳ ବୋରୱେଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛନ୍ତି। ଏହି ଅପ୍ରୀତିକର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପ୍ରଶାସନିକ ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରକାଶ ପାଉଛି।

You might also like