ବିଲରେ ଖଇଁଛି ବସାକୁ କେନ୍ଦ୍ର କରି ସଂଘ ବଦ୍ଧ ଆକ୍ରମଣରେ ଯୁବକର ମୃତ୍ୟୁ
ନୀଳଗିରି, (ରାଜ୍ଯକାହାଣୀ):ବିଲରେ ଖଇଁଛି ବସାକୁ କେନ୍ଦ୍ର କରି ସଂଘ ବଦ୍ଧ ଆକ୍ରମଣରେ ଯୁବକର ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି | ଏପରି ଘଟଣାଟି ଘଟିଛି ସଠିଲୋ ବଲବଲିଆ ଗ୍ରାମରେ |ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ସଠିଳବଲବଲିଆ ଗ୍ରାମର ଗଜେନ୍ଦ୍ର ଗିରି(୪୫) ଗତ ୨ ତାରିଖ ଗୁରୁବାର ରାତି ସନ୍ଧ୍ୟାପ୍ରାୟ୭ ଘଟିକା ସମୟରେ ମାଛ ଧରିବା ପାଇଁ ନିକଟ ବିଲକୁ ଖଇଁଚି ବସାବାକୁ ଯାଇଥିଲା |ରାତି ୯ଟା ପର୍ଯ୍ୟନ୍ତ ଘରକୁ ଫେରିବା ବିଳମ୍ବ ହେବାରୁ ଗଜେନ୍ଦ୍ର ଙ୍କ ପୁଅ ଜୟନ୍ତ ଗିରି(୧୯) ବାପା କୁ ଖୋଜିବାକୁ ବିଲକୁ ଯାଇଥିଲେ | ବିଲରେ ପହଞ୍ଚି ଦେଖିବା ବେଳକୁ ସୀମାବର୍ତ୍ତୀ, ଭଉଁରିଆବାଡ଼ ପଞ୍ଚାୟତ ଜଡିବାଲି ଗ୍ରାମର କିଛି ଲୋକ ତାଙ୍କ ବାପାଙ୍କ ମାଡ଼ ମାରୁ ଥିବା ଦେଖି ପାଟି କରିଥିଲେ ।ଗଲା ବେଳେ ଅଭିଯୁକ୍ତ ମାନେ ମୃତ ଗଜେନ୍ଦ୍ର ଙ୍କ ମୁଣ୍ଡକୁ କୋଦାଳ ପସା ରେ ପିଟି ଘଟଣା ସ୍ଥଳରୁ ଚୁ ମାରି ଥିଲେ | ଏଥି ମଧ୍ୟରୁ ଡୁମସାହି ର ପ୍ରାଣବନ୍ଧୁ ଧଣିକ ଙ୍କ ପୁଅ ଉଦୟ ଧଣିକ, ବିଦେଶୀ ମିଶ୍ରି ଙ୍କ ପୁଅ ଜିତେନ୍ଦ୍ର ମିଶ୍ରି, ଛୁଟା ର ପୁଅ ସିଲୁ ଓ ଅନ୍ୟ ତିନି, ଚାରି ଜଣ ବ୍ୟକ୍ତିଙ୍କ ସଂଘବଦ୍ଧ ଆକ୍ରମଣ କରିଥିବା ଜୟନ୍ତ ଗିରି ନୀଳଗିରି ଥାନାରେ ଏତେଲା ଦେଇଛନ୍ତି | ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନୀଳଗିରି ମେଡିକାଲ ଅଣାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ | ତେବେ ଏନେଇ ନୀଳଗିରି ଥାନା ପକ୍ଷରୁ ୩୮୫/୨୫ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଛି | ଅନ୍ୟ ପଟେ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ତଦନ୍ତ ଚଳାଇଛି |