ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର: ଓଡିଶା ହାଇକୋର୍ଟ

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶା ହାଇକୋର୍ଟ ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କେବଳ ‘ବିବାହିତ ଝିଅ’ ହୋଇଥିବା କାରଣରୁ ଜଣେ ମହିଳାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ ଖାରଜ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଢେଙ୍କାନାଳର ଗୋରୀ ଜେନା ନାମ୍ନୀ ଜଣେ ଆବେଦନକାରିଣୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀଙ୍କ ବାପା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିଥିଲେ। ଚାକିରିରେ ଥିବା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ବିବାହିତା ଝିଅ ଗୋୖରୀ ଜେନା ଢେଙ୍କାନାଳ ସିଡ଼ିଏମଓଙ୍କୁ ଅନୁକମ୍ପାମୂଳକ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଗୌରୀ ବିବାହିତା ଦର୍ଶାଇ ଢେଙ୍କାନାଳ ସିଡିଏମଓ ୨୦୧୬ ଜୁଲାଇ ୨୮ ତାରିଖରେ ଆବେଦନକୁ ଖାରଜ କରି ଦେଇଥିଲେ । କେବଳ ବିବାହ କରିଥିବାରୁ ନିଯୁକ୍ତିରୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା ୧୪, ୧୫ ଓ ୧୬ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଆବେଦନକାରିଣୀଙ୍କ ଦାବି ଉପରେ ଏକ ସ୍ୱଚ୍ଛ ଓ ନୂତନ ନିଷ୍ପତ୍ତି ନେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।

You might also like