ବିଧାନସଭା ଶୀତ ଅଧିବେଶନ,ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ
ରାଜ୍ୟକାହାଣୀ ( ଭୁବନେଶ୍ୱର )ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ । ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନ ୪ଟାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଜି ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୂସୁଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନକାଳ ଚାଲିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇ ହଙ୍ଗାମା କରିପାରନ୍ତି ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ ।ସୁଚନାଥାଉକି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଯାଇ ସ୍ବତନ୍ତ୍ର ଅଧିବେଶରେ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ।