ବିଧାନସଭାରେ ଗ୍ୟାସ୍ ତାତି,ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ରାଜ୍ୟକାହାଣୀ ( ଭୁବନେଶ୍ୱର )ବିଧାନସଭାରେ LPG ତାତି । ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ଅଭିଯୋଗ ଆଣି ଡବଲ ଇଞ୍ଜିନ ସରକାରଙ୍କୁ ଘେରିଲେ ବିରୋଧୀ । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ୧୧ .୩୦ ମିନିଟ୍ ଏବଂ ପରେ ୧୨ .୧୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଏବେ ଗ୍ୟାସ୍ ଦର ପ୍ରତିବାଦରେ ବିଧାନସଭା ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ୍ ଏବଂ ତେଲ ଯୋଗାଣାରେ ବାଧା ସୃଷ୍ଟି ହୋଇଛି । ଯାହାଫଳରେ ଗ୍ୟାସ୍ ବ୍ୟବହାର ଏବଂ ଯୋଗାଣର ସମସ୍ୟା ସୃଷ୍ଟି ହୋଇଥିଲା । ଏସବୁ ଭିତରେ ନୂଆ ଗାଇଡ୍ଲାଇନ୍ ଆସିଛି । ଯେଉଁଥିରେ ୨୫ ଦିନର ବୁକିଂ ପରେ ଗ୍ୟାସ୍ ମିଳିବ ବୋଲି କୁହାଯାଇଥିଲା। ରାଜ୍ୟରେ ଏବେ ଗ୍ୟାସ୍ ଯୋଗାଣାରେ ସମସ୍ୟା ହେଉଥିବାରୁ କାଠର ବ୍ୟବହାର କରିବାକୁ ଲୋକେ ମନ ବଳାଇଲେଣି । ହେଲେ କାଠର ଦାମ୍ ବି ଉପରମୁହାଁ ।