ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦେବରକୋଣ୍ଡାଙ୍କ ପିତାମାତାଙ୍କୁ ଏକ ଚିଠିରେ ସମ୍ବୋଧିତ କରିଛନ୍ତି । ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା ୨୬ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଏବଂ ରଶ୍ମିକାଙ୍କ ବିବାହ ଉତ୍ସବରେ ଆପଣଙ୍କ ନିମନ୍ତ୍ରଣ ପାଇ ମୁଁ ବହୁତ ଖୁସି । ଏହି ପବିତ୍ର ଅବସରରେ ଦେବରକୋଣ୍ଡା ଏବଂ ମନ୍ଦାନାଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ । ଏହା ବିଜୟ ଏବଂ ରଶ୍ମିକାଙ୍କ ଜୀବନରେ ଏକ ନୂତନ ଏବଂ ସୁନ୍ଦର ଅଧ୍ୟାୟର ଆରମ୍ଭ। ସୁଚନା ମୁତାବକ ରଶ୍ମିକା ଏବଂ ବିଜୟଙ୍କ ପ୍ରେମ କାହାଣୀ ୨୦୧୮ର ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଗୀତା ଗୋବିନ୍ଦମ୍’ର ସେଟରେ ଆରମ୍ଭ ହୋଇଥିଲା। ଯାହା ବକ୍ସ ଅଫିସ୍ରେ ଭଲ ସଫଳତା ପାଇଥିଲା । ଏହି ଯୋଡ଼ି ଦର୍ଶକଙ୍କ ହୃଦୟ ଜିତିଥିଲା, ଏବଂ ସେମାନଙ୍କ ବନ୍ଧୁତା ପରଦା ବାହାରେ ମଧ୍ୟ ଆଲୋଚନାର ବିଷୟ ପାଲଟିଥିଲା। ଗୋଟିଏ ବର୍ଷ ପରେ, ସେମାନେ “ଡିୟର କମ୍ରେଡ୍” ରେ ଏକାଠି ନଜର ଆସିଲେ। ଯାହା ପରଦାରେ ଏକ ସୁପରହିଟ୍ ଯୋଡ଼ି ଭାବରେ ସେମାନଙ୍କର ଲୋକପ୍ରିୟତାକୁ ଆହୁରି ସୁଦୃଢ଼ କରିଥିଲା। ଗତ କିଛି ବର୍ଷ ଧରି, ଦୁଇ ଷ୍ଟାରଙ୍କୁ ପ୍ରାୟତଃ ଏକାଠି ଦେଖାଯାଇଛି, ତାହା ଡିନର୍ ପାର୍ଟିରେ ହେଉ ବା ହଲିଡେ’ରେ ହେଉ କିମ୍ବା ଇଣ୍ଡଷ୍ଟ୍ରିର ସମାବେଶରେ । ତଥାପି, ସର୍ବଦା ସେମାନଙ୍କର ପର୍ସନାଲ ଲାଇଫକୁ ବ୍ୟକ୍ତିଗତ ରଖିବାକୁ ବାଛିଛନ୍ତି।

You might also like