ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ରାଜ୍ୟ କାହାଣୀ ( ଭୁବନେଶ୍ଵର)ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ । ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡାନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା (SJDY) ଅଧୀନରେ ସମ୍ମତି ଫର୍ମ ସଂଗ୍ରହକୁ ବ୍ୟକ୍ତିଗତ ଭାବରେ ତଦାରଖ ଏବଂ ତ୍ୱରାନ୍ୱିତ କରିବାକୁ ପର୍ଯ୍ୟଟନ ବିଭାଗ ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛି। ଯଦିଓ ଏହି ଯୋଜନା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଯୋଗ୍ୟ ହିତାଧିକାରୀ ୬୦-୭୫ ବର୍ଷ ବୟସର ବରିଷ୍ଠ ନାଗରିକ ଓ ୭୫ ବର୍ଷ ପର୍ଯ୍ୟନ୍ତ ବିଧବାମାନଙ୍କୁ ପେନସନ ଯୋଜନାରେ ସ୍ୱୟଂଚାଳିତ ଭାବରେ ଚିହ୍ନଟ କରାଯାଇଛି । ଅଂଶଗ୍ରହଣ କରିବା ପାଇଁ ସମ୍ମତି ବାଧ୍ୟତାମୂଳକ।