ବଗେଇ ପୁର ଖଣି ଖାଦାନରେ ମାଫିଆ ମାନଙ୍କର କାରନାମା ସମ୍ପର୍କରେ ଖୋଳତାଡ଼
ରାଜ୍ୟ କାହାଣୀ (ବାଲେଶ୍ଵର)ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସାରିସୁଆ ପାହାଡ଼ ପାଦଦେଶରେ ଅବସ୍ଥିତ ବଗେଇ ପୁର ଖଣି ଖାଦାନରେ ମାଫିଆ ମାନଙ୍କର କାରନାମା ସମ୍ପର୍କରେ ଖୋଳତାଡ଼। ଖଇରା ଏସ ଡି ପିଓ ଶ୍ରୀ ଯୁକ୍ତ ପ୍ରମୋଦ କୁମାର ମଲ୍ଲିକ, ଖଇରା ଏଏସଆଇ ଶ୍ରୀ ଯୁକ୍ତ ତପନ କୁମାର ଜେନା,ବାଲେଶ୍ଵର ଜିଲ୍ଲା ଜୁନିୟର ମାଇନିଙ୍ଗ ଅଫିସର,କୁପାରୀ ଆର୍ ଆଇ ଓ ଅନ୍ୟ କର୍ମ ଚାରୀମାନଙ୍କ ସହଯୋଗରେ ବଗେଇ ପୁର ଖଣି ଖାଦାନ ଉପରେ ଚଢ଼ାଉ କରାଯାଇଥିଲା। ସୂଚନାଯୋଗ୍ୟ ଏହିକି -ଏସ୍ ଡି ପି ଓ ମହୋଦୟ କୋୖଣସି ସୂତ୍ରରୁ ଖବର ପାଇଲେ କି ବଗେଇ ପୁର ଖଣିରେ ଗତକାଲି ମାଫିଆ ମାନେ ବ୍ଲାଷ୍ଟିଙ୍ଗ କରଛନ୍ତି। ବିଶେଷ କରି 48,49, ଓ 50ନମ୍ବର ଖଣିରେ ବ୍ଲାଷ୍ଟିଁ କାର୍ଯ୍ୟ ସବୁବେଳେ ରାତ୍ରୀ ସମୟରେ ଚାଲିଛି ବୋଲି ଗଣମାଧ୍ୟମରେ ଓ ଲୋକମାନେ ଅଭିଯୋଗ କରି ଆସୁଥିଲେ।

ବାସ୍ତବରେ ଉକ୍ତ ଖଣି ଚିତ୍ରରୁ ସ୍ପଷ୍ଟ ଅନୁମେୟ ବର୍ତମାନ 48ନମ୍ବର୍ ଖଣି ରେ ବ୍ଲାଷ୍ଟି ପାଇଁ ଯେଉଁ ବ୍ଲାଷ୍ଟିଙ୍ଗ ତାର ଖଞ୍ଜାଯାଇଛି ତାହା ସତ୍ୟ ଅଟେ। ଯାହାକି ଖଣି ମାଫଆଙ୍କ ମଧୁ ଚନ୍ଦ୍ରିକାରେ ଏସବୁ କାର୍ଯ୍ୟ ଖୁବ୍ ସହଜରେ ସବୁବେଳେ ରାତ୍ରୀ ସମୟରେ କୋଟି କୋଟି ଟଙ୍କାରସରକାରଂକ ରାଜସ୍ବ ଲୁଟ ଚାଲିଛି। ଯାହା ଫଳରେ ଆଜି 50ନମ୍ବର୍ ଖଣିର କ୍ୱାରୀ ବାହାରେ ଥିବା ପଥରକୁ ବେଆଇନ ବ୍ଲାଷ୍ଟିଂ କରାଯାଇ ଥିବା ପଥର ସମୁହକୁ ନିଲାମ କରାଯାଇ 3ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରାଜକୋଷକୁ ଆସିଥିଲା।ଦେଖା ଯାଉ ଭବିଷ୍ୟତରେ ସରକାର ଓ ପୋଲିସ ପ୍ରଶାସନ ଏହି ଦୁର୍ନୀତି ଅଭିଯୋଗରେ କି ପଦକ୍ଷେପ ନେବେ ତାହା ସମୟ କହିବ ।(ଅନାଦି ଚରଣ ନାୟକ,ଆହ୍ଵାନ ସମ୍ବାଦ ଖଇରା)