ଫୁଲବାଣୀ ଏବଂ ତାଳଚେର ମେଡିକାଲ କଲେଜ ପାଇଁ ୨୦୦ MBBS ସିଟ୍ ମଞ୍ଜୁର କଲା NMC

ରାଜ୍ୟ କାହାଣୀ (ଭୁବନେଶ୍ଵର)ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଦ୍ୱାରା ସୂଚନା ଅନୁଯାୟୀ, NMC ଫୁଲବାଣୀ ମେଡିକାଲ କଲେଜ ଏବଂ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ପ୍ରତ୍ୟେକ ୧୦୦ ଟି MBBS ସିଟ୍ ଅନୁମୋଦନ କରିଛି। ଏହି ୨୦୨୫ -୨୬ ଶିକ୍ଷାବର୍ଷରୁ ଶୈକ୍ଷିକ ଅଧିବେଶନ ଆରମ୍ଭ ହେବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୦ MBBS ସିଟ୍ ଅନୁମୋଦନକୁ ସ୍ୱାଗତ କରି କହିଛନ୍ତି ଯେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଗୋଟିଏ ବର୍ଷ ମଧ୍ୟରେ, ଚଳିତ ଶିକ୍ଷାବର୍ଷରୁ ଆଉ ୨୦୦ ଓଡ଼ିଆ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଗ୍ରହଣ କରିପାରିବେ।

You might also like