ଫଳ ଉତ୍ପାଦନରେ ୧୧ନଂରେ ଓଡିଶା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର (ରାଜ୍ୟକାହାଣୀ )ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ ଅଟେ | ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖି କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବାର୍ଷିକ ଫଳ ଉତ୍ପାଦନରେ ଓଡିଶାର ସ୍ଥାନ ୧୧ ନଂ ରେ ରହିଛି । ରାଜ୍ୟରେ ୭୯୧୯ ଉଦ୍ୟୋଗୀ ବ୍ୟବସାୟିକ ଦୃଷ୍ଟିରୁ ଫୁଲ, ଫଳ ଚାଷ କରୁଛନ୍ତି । ସେମାନଙ୍କ ବାର୍ଷିକ ଆୟ ୧୦ ହଜାର ୪୧୬ ଲକ୍ଷ ୯୧ ହଜାର ଟଙ୍କା ରହିଛି । ୨୦୨୪- ୨୪ ଆର୍ଥିକ ବର୍ଷରେ ଓଡିଶାରେ ୨୭. ୧୮ ଲକ୍ଷ ଫଳ ଉତ୍ପାଦନ ହୋଇଛି । ପୁରୀରେ ସର୍ବାଧିକ ୫୮୬ ଉଦ୍ୟୋଗୀ ଫଳ ଚାଷ କରୁଛନ୍ତି । ସମ୍ବଲପୁର ଓ ସୁନ୍ଦରଗଡରେ ୧୧୫ ଉଦ୍ୟୋଗୀ ଫୁଲ ଚାଷ କରୁଛନ୍ତି । ତେବେ ଗୃହ କାର୍ଯ୍ୟରେ ବାରମ୍ବାର ହୋହଲ୍ଲା ଓ ନାରାବାଜି ସୃଷ୍ଟି ହେବାରୁ ବାଚସ୍ପତି ଆଜି ପାଇଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଧାନମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି ବିଧାୟକ ।