ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ଦଳ ବିରୋଧୀ ବକ୍ତବ୍ୟ ଏବଂ ବିଶୃଙ୍ଖଳା ଆଚରଣ ପଡ଼ିଲା ମହଙ୍ଗା। ପାର୍ଟିରୁ ନିଲମ୍ବନ ନୁହେଁ ଏକା ଥରକେ ବିଜେଡିରୁ ବହିଷ୍କାର ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ତେବେ ସେ ଆଜି ନବୀନଙ୍କ ରାଜ୍ୟସଭା ପ୍ରାର୍ଥୀ ନିଷ୍ପତ୍ତିକୁ ବିରୋଧ କରିଥିଲେ ।ଆଜି ବିଜେଡି ନିଜର ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ।