ପ୍ରଧାନଶିକ୍ଷକଙ୍କ ନାଁରେ ଯୌନ ନିର୍ଯାତନା ଓ ଜାତିଆଣ ଆକ୍ଷେପ ଅଭିଯୋଗ

ଭୁବନେଶ୍ୱର ( ରାଜ୍ୟ କାହାଣୀ )କଲାହାଣ୍ଡି ଭବାନୀପାଟଣାର ସରକାରୀ ସ୍କୁଲରେ ପ୍ରଧାନଙ୍କ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମେଟ୍ରନ ଓ ଦୁଇ ବିଧବା ସିସିଏଙ୍କୁ ଯୌନ ନିର୍ଯାତନା ଦେବା ସହ ଫେବର ମାଗୁଥିବା ଅଭିଯୋଗ ହୋଇଛନ୍ତି । ଫେବର ନଦେବାରୁ ଖୁଲମଖୁଲା ଜାତିଆଣ ଆକ୍ଷେପ କରିବା ସହ ଚାକିରିରୁ ବାହାର କରିଦେବାର ଧମକ ଦେଉଛନ୍ତି ।ନିଜ କାମୁକ ପ୍ରବୃତ୍ତିର ଶିକାର ବନାଇବାକୁ ମହିଳା କର୍ମଚାରୀଙ୍କୁ ବାଧ୍ୟ କରୁଛନ୍ତି ପ୍ରଧାନ ଶିକ୍ଷକ। ଆଉ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ସୀମା ପାର କରିଯାଇଛନ୍ତି ଶିକ୍ଷକ ମହାଶୟ। ଭିଡିଓରେ ସେ ସ୍ପଷ୍ଟ ଭାବରେ କହୁଛନ୍ତି, “ତମ ଜାତିର ଲୋକେ ଲାଟ୍ରିନ ସଫା କରନ୍ତି, ବାଜା ବଜାନ୍ତି, ଆମ୍ବୁଲ ଓ ବାସନ କୁସନ ମାଜନ୍ତି ବିକନ୍ତି…”। ଜଣେ ଦଳିତ ମହିଳାଙ୍କୁ ଏଭଳି ଖୁଲମଖୁଲା ଜାତିଆଣ ଆକ୍ଷେପ କରିବା ସହ କଥା ନମାନିଲେ ଦରମା କାଟିଦେବା ଓ ଚାକିରିରୁ ତଡ଼ିଦେବାକୁ ମଧ୍ୟ ଧମକ ଦେଉଛନ୍ତି।ଏହାର ଗୋଟିଏ ଭିଡିଓ ଭାଇରାଲ ହେଉଛି । ସ୍କୁଲର ପ୍ରଧାନଶିକ୍ଷକ ହେଉଛନ୍ତି ଶାନ୍ତନୁ କୁମାର ମେହେର ।ଏଭଳି ସାଂଘାତିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ପୀଡ଼ିତାମାନେ ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ସମ୍ବେଦନଶୀଳ ଘଟଣା ଏବଂ ଭିଡିଓ ପ୍ରମାଣ ଥାଇ ମଧ୍ୟ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଏବେ ଯାଏଁ ଶୂନ। ଯାହାକୁ ସ୍କୁଲରେ ଏକ ପ୍ରକାର ଅସନ୍ତୋଷ ଦେଖିବାକୁ ମିଳିଛି ।

You might also like