ପୌର ନିର୍ବାଚନ ବାଲଟ୍‌ରେ ହେଉ: ଭକ୍ତ ଦାସ

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଏକ ବଡ଼ ଦାବି କରିଛନ୍ତି। ପୌର ଓ ଏନ୍‌ଏସି ନିର୍ବାଚନ ବାଲଟ୍‌ରେ ହେଉ କହଛନ୍ତି ଭକ୍ତ । ନିର୍ବାଚନ ବାଲାଟ୍‌ରେ ହେବା ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଇଭିଏମ୍‌ରେ ଭୋଟ୍ ଚୋରି ହେଉଛି ଏନେଇ ପ୍ରଶ୍ନ ଉଠାଇଛୁ । ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ।

You might also like