ପୁଲିସ ପରିଚୟ ଦେଇ  ଠକୁଥିଲେ, ଏବେ ବାପା-ପୁଅ ଗିରଫ

ରାଜ୍ୟ କାହାଣୀ (ଭୁବନେଶ୍ଵର)ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ ।  ନିଜକୁ ପୁଲିସ ଏସ ଆଇ କହି ଲୋକଙ୍କୁ ଲଗାଉଥିଲେ ଚୂନ । କାହାକୁ କମ ଦରରେ କ୍ରିକେଟ ମ୍ୟାଚ ଟିକେଟ କରାଇ ଦେବାର ପ୍ରତିଶ୍ରୁତି ତ ଆଉ କାହାକୁ କମ ଦାମରେ ଜମି ଦେବାର ଲୋଭ ଦେଖାଉଥିଲେ । ଏଭଳି ତିନିଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ବାପ ପୁଅଙ୍କୁ ଗିରଫ କରିଛି ଏୟାରଫିଲଡ ଥାନା ପୁଲିସ।ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା ଜାରି ରଖିଛି ଏୟାରଫିଲ୍ଡ ଥାନା ପୋଲିସ ।ଏମାନେ ବରଗଡ଼ ଥାନା ଅଞ୍ଚଳରେ ରହୁଥିବା ଭଡା ଘରେ ଚଢାଉ କରିଥିଲା ଏୟାରଫିଲ୍ଡ ପୋଲିସ।  ସେଠାରୁ ଦୁଇଟି ସ୍କୁଟି . ଲାପଟପ ୭ମୋବାଇଲ ଫୋନ ଜବତ କରାଯାଇଛି l ଚାଉଳ ବସ୍ତା ଓ ଡାଲି ଟିଣ ଭିତରେ ଲୁଚାଇ ରଖି ଥିବା ୪ଟି ମୋବାଇଲ ପୁଲିସ ଜବତ କରିଛି। ବାପ ପୁଅ ମିଶି ଆଉ କାହାକୁ କାହାକୁ ଠକିଛନ୍ତି । ଆବଶ୍ୟକ ପଡିଲେ ଦୁଇ ଜଣଙ୍କୁ ରିମାଣ୍ଡ ରେ ଆଣି ପଚରା ଉଚୁରା କରିବ ପୁଲିସ।

You might also like