ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ୩୦୦ ଥର
ଭୁବନେଶ୍ୱର (ରାଜ୍ୟ କାହାଣୀ )ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା ଦୌରା ଜଜ୍ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ଜିଲା ଦୌରା ଜଜଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ସଭାସମିତି କରିଥିଲେ। ପାଖାପାଖି ୩୦୦ ଥର ହେଲିକପ୍ଟରରେ ଉଡାଣ କରିଥିବା ନେଇ ଅଭିଯୋଗ ହୋଇଥିଲା।ଏହାକୁ ନେଇ ଆଇନଜୀବୀ ସୁଧୀର ମହାନ୍ତି କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଖୋର୍ଦ୍ଧା ଜିଲା ଦୌରା ଜଜ ନବୀନ ଓ ପାଣ୍ଡିଆନଙ୍କୁ ସମନ ଜାରି କରିଛନ୍ତି ।