ପୁଣି ନୂଆ ଶୁଳ୍କ ଘୋଷଣା-ବିଦେଶୀ ଔଷଧୀୟ ସାମଗ୍ରୀ ଉପରେ ୧୦୦% ଟାରିଫ୍‌

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଟ୍ରମ୍ପଙ୍କର ଏହି ‌ନିଷ୍ପତ୍ତି ଯୋଗୁଁ ଔଷଧଗୁଡ଼ିକ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଯିବ। ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ନିଷ୍ପତ୍ତି ପାଇଁ ଭାରତୀୟ ଔଷଧ ନିର୍ମାତାମାନଙ୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩୦୦୦କୋଟି ଟଙ୍କା ଔଷଧ ରପ୍ତାନି କରିଥାଏ । ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ୍‍ ଔଷଧର ଦର ବହୁତ ବଢିଯିବ । ଏଥିପାଇଁ ସନ୍‍ ଫାର୍ମା, ଡକ୍ଟର ରେଡ୍ଡି, ସିପ୍ଲା, ଲୁପିନ୍‍ ପରି ବଡ କମ୍ପାନୀଗୁଡିକ ଉପରେ ଗଭୀର ଭାବେ ପ୍ରଭାବ ପଡିପାରେ ।ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି, ଆମେ ୨୦୨୫ ଅକ୍ଟୋବର ୧ ତାରିଖ ଠାରୁ ରୋଷେଇ ଘର ଜିନିଷ, ବାଥରୁମ୍ ସାମଗ୍ରୀ ଏବଂ ସମ୍ବନ୍ଧିତ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବୁ। ଏହା ସହିତ ଫର୍ଣ୍ଣିଚର ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହାର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଗୁଡ଼ିକ ଏପରି ଉତ୍ପାଦଗୁଡ଼ିକୁ ବହୁ ପରିମାଣରେ ଆମେରିକାକୁ ପଠାଉଛନ୍ତି। ଉଲ୍ଲେଖନୀୟ ଯେ ଶୁଳ୍କ ଯୋଗୁଁ ଭାରତ ଏବଂ ଆମେରିକା ମଧ୍ୟରେ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆମେରିକା ଗସ୍ତ ପରେ ଏକ ବାଣିଜ୍ୟ ଚୁକ୍ତି ଆଲୋଚନାର ଆଶା ମଧ୍ୟ ବୃଦ୍ଧି ପାଇଛି।

You might also like