ପୀତବାସ ପଣ୍ଡା ହତ୍ୟା କେସ୍‌ରେ ନୂଆ ମୋଡ଼, ବିକ୍ରମ ପଣ୍ଡାଙ୍କ ଉପରୁ ଉଠିଲା ହତ୍ୟା ଦଫା

ଭୁବନେଶ୍ଵର( ରାଜ୍ୟ କାହାଣୀ) ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଛି ନୂଆ ମୋଡ଼ । ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ନାଁରୁ କଟିଛି ହତ୍ୟା ଦଫା ।ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ସାକ୍ଷ୍ୟ ପ୍ରମାଣକୁ ବଳିଷ୍ଠ କରିବା ପାଇଁ ନୂଆ ୨୭ ଜଣ ସାକ୍ଷୀ ଏବଂ କିଛି ସାକ୍ଷୀଙ୍କ ବୟାନ କୋର୍ଟରେ ଦାଖଲ କରିଛି। ଏବେ ହତ୍ୟା ମାମଲାରେ ମୁଖ୍ୟ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍ଏସ୍୧୦୩)କୁ ବାଦ୍ ଦେଇଛି ପୋଲିସ।ଅଭିଯୁକ୍ତଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି, ପୋଲିସ ତଦନ୍ତ ରିପୋର୍ଟ ଅନୁସାରେ ଚାର୍ଜସିଟ୍ରେ ୧୪ ଜଣଙ୍କ ହତ୍ୟା ଦଫା ଉଠାଇଛି। ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେହିପରି ଆଉ ଜଣେ ଆଇନଜୀବୀ କହିଛନ୍ତି ଯେ, ହତ୍ୟା ଦଫା ଉଠିଛି କିନ୍ତୁ ସମସ୍ତଙ୍କ ବିରୋଧରେ ରହିଛି ସଂଗଠିତ ଅପରାଧ। ହତ୍ୟା ଦଫା ସହ ତାହା ସମାନ ଏବଂ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି। ଅନ୍ୟପକ୍ଷରେ ପୋଲିସ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ପେନ୍ ଡ୍ରାଇଭ କୋର୍ଟରେ ଦାଖଲ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଅଭିଯୁକ୍ତଙ୍କ ଓକିଲଙ୍କୁ ଦିଆଯାଇ ନାହିଁ ।

You might also like