ପିୟୁସିସି ଫାଇନ କମାଇବା ଯୋଜନା ଚାଲିଛି: ପରିବହନ ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ପିୟୁସିସି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ ସୂଚନା ଦେଇଛନ୍ତି। ସମସ୍ତେ ପିୟୁସିସି କରିବା ବାଧ୍ୟତାମୂଳକ ଅଟେ । ଆହୁରି କହିଛନ୍ତି, ଟୋଲ ଗେଟରେ ପିୟୁସିସି ଫାଇନ କମାଇବା ପାଇଁ ଚାଲିଛି ଯୋଜନା। ୧୦ ହଜାର ଟଙ୍କା ଫାଇନକୁ କମ କରିବାକୁ ଆଲୋଚନା ଚାଲିଛି। ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡାକଡି ହୋଇଥିଲା ପିୟୁସିସି ନିୟମ । ଯାହାର ଗାଡି ଅଛି , ପିୟୁସିସି କରିବାକୁ କହିଥିଲେ ସରକାର। ସୂଚନାମୁତାବକ ଏକ ଜନସ୍ୱାର୍ଥ ମାମଲା (PIL) ର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି।
କୋର୍ଟ ତାଙ୍କ ନିଷ୍ପତ୍ତିରେ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ର ଧାରା ୧୬୭, ଉପ-ଧାରା (୧୨) ର ଉଲ୍ଲେଖ କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ନାମରେ ଚାଲାଣ ବାକି ରହିଛି, ତେବେ ସେହି ଗାଡ଼ି ମାଲିକ PUCC ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।