ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ଆଫଗାନିସ୍ତାନର ୩କ୍ରିକେଟର ମୃତ

ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେରେ ୩ ଆଫ୍‌ଗାନୀ କ୍ରିକେଟର୍‌ଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଅ‌ାଣିଛି ଆଫ୍‌ଗାନିସ୍ତାନ। ତିନି ଜଣ ଆଫଗାନିସ୍ତାନ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ପରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ନେଇ ହେବାକୁ ଥିବା ଆଗାମୀ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରୁ ଓହରି ଯିବାର ନିଷ୍ପତ୍ତି ଘୋଷଣା କରିଛି।ପାକିସ୍ତାନର ଏଭଳି ଆକ୍ରମଣକୁ ନିନ୍ଦା କରିଛି ଆଫଗାନିସ୍ତାନ । ଏହାକୁ ପାକିସ୍ତାନର ଭୀରୁତା ଓ ବର୍ବରତା କୁହାଯାଇଛି ।ସୂଚନା ରହିଛି ଯେ ପାକିସ୍ତାନର ଏୟାର୍‌ ଷ୍ଟ୍ରାଇକ୍‌ରେ ଉର୍ଗୁନ୍ ଜିଲ୍ଲାର ଅନ୍ୟ ୫ ଜଣଙ୍କ ସହିତ ତିନି ଜଣ ଖେଳାଳି (କବୀର, ସିବଘାତୁଲ୍ଲା ଏବଂ ହାରୁନ୍)ଙ୍କ ଜୀବନ ଯାଇଛି। ଏହାଛଡ଼ା ୭ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ଅକ୍ଟୋବର ୧୧ ତାରିଖରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି, ଯେତେବେଳେ ଆଫଗାନିସ୍ତାନ ସେନା ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ସୀମାରେ ଭୟଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା।

You might also like