ନୂଆବର୍ଷର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ଗୁରୁବାରଠାରୁ ପାରଦ ଆହୁରି ତଳମୁହାଁ ହେବ। ସମତଳ ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ,ଢେଙ୍କାନାଳ,କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୮,୨୯,୩୦ ତାରିଖ ପାଇଁ ସୁନ୍ଦରଗଡ, କନ୍ଧମାଳ,କୋରାପୁଟ ପାଇଁ ରହିଛି ୟଲୋ ଓ୍ବାର୍ଣ୍ଣିଂ। ତେବେ ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ପଡ଼ିବ ନାହିଁ ଆଶଙ୍କା କରାଯାଉଛି ।

You might also like