ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମଗ୍ର ଓଡ଼ିଆ ଜାତିର ଅପମାନ: ନବୀନ ପଟ୍ଟନାୟକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ବୋଲି କହିଲେ ନବୀନ ।ନିଶିକାନ୍ତ ଦୁବେ ମାନସିକ ରୋଗ ଡାକ୍ତରଙ୍କୁ ଦେଖାନ୍ତୁ । ଏପଟେ ମନୋରମା ମହାନ୍ତିଙ୍କ ବାସଭବନରେ ପଶି ଆକ୍ରମଣକୁ ନିନ୍ଦା କଲେ ନବୀନ । କହିଲେ ଏହା ଅଗାଣତାନ୍ତ୍ରିକ । ଏପରି ସ୍ଥିତିରେ କଣ ଗଣତନ୍ତ୍ର ତାହା ଜଣାପଡୁଛି । ଗତକାଲି ସଂସଦର ଆଇଟି ଓ କମ୍ୟୁନିକେସନ ଷ୍ଟାଣ୍ଡି କମିଟିରୁ ଇସ୍ତଫା ଦେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ମନ୍ତବ୍ୟକୁ ବିରୋଧ କରି ସେ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ ଥିଲେ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ତାଙ୍କୁ କିଛି ଅପମାନଜନକ ସନ୍ଦର୍ଭ ସହିତ ଯୋଡିବା ଏବଂ ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

You might also like