ନାବାଳିକା ଅପହରଣ କରି ଦୁଷ୍କର୍ମ ! ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ମୟୁରଭଞ୍ଜ ଉଦଳା ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଖବର । ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଘଟଣାର ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ କୁନା ସିଂ ନାମକ ଯୁବକଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣକ କରିଥିବା ଆପତ୍ତିଜନକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ନାବାଳିକାଙ୍କ ପରିବାର ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଅଭିଯୁକ୍ତ ସମ୍ପର୍କୀୟଙ୍କ ଘରୁ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ପଚରାଉଚରା ପରେ ଅପହରଣ ଓ ଦୁଷ୍କର୍ମ ସମ୍ପର୍କିତ ଅଭିଯୋଗ ସାମ୍ନାକୁ ଆସିଥିବା ପୋଲିସ କହିଛି । ଏପଟେ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟ ମଧ୍ୟ ନାବାଳିକାଙ୍କ ସହ ଅସଦାଚରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି ।

You might also like