ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ନାବାଳକ ଗିରଫ
ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ନାବାଳକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭିଡିଓ ଭାଇରାଲ ପରେ ପୋଲିସ୬ ଜଣ ନାବାଳକଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଡିସେମ୍ବର ୨୫ ତାରିଖରେ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ସୀମା ଅନ୍ତର୍ଗତ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ୬ ଜଣ ସହପାଠୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
୬ ଜଣ ନାବାଳକ ପୁଅ ଦ୍ୱାରା ନାବାଳିକା ଝିଅକୁ ଗଣବଳାତ୍କାର କରିବାର ଏକ ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବା ପରେ ଏହି ଭୟଙ୍କର ଘଟଣାଟି ସାମ୍ନାକୁ ଆସିଥିଲା, ଯାହା ପରେ ପୀଡିତାଙ୍କ ପରିବାର ଅଭିଯୁକ୍ତ ପୁଅମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗିରଫ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ଏସପି କହିଛନ୍ତି ।