ଧାନ ସଂଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ: ସଂଜୟ

ଭୁବନେଶ୍ୱର (ରାଜ୍ୟକାହାଣୀ )ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମଣ୍ଡିରେ ଧାନ କିଣା ନେଇ ମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ। ଟୋକାନ ପାଇଁ ସମ୍ବଲପୁର ବନ୍ଦ ହେବା ଦଶନ୍ଧିରେ ପ୍ରଥମ। ବିଜେଡି ବିଧାନସଭାରୁ ରାଜରାସ୍ତା ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ସଞ୍ଜୟ କହିଛନ୍ତି। ଅନ୍ୟପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ଉଠିସାରିଲାଣି । । ପ୍ରତିଦିନ ଧାନ ଉଠୁଛି, ୮୫ ହଜାର ୧୮୩ ଚାଷୀ ଧାନ ଦେଇଛନ୍ତି । ସରକାରକୁ ବଦ୍‌ନାମ କରିବାକୁ ବିରୋଧୀ ଦଳ ପ୍ରୟାସ କରୁଛନ୍ତି ।

You might also like