ଦିବ୍ୟାଙ୍ଗଙ୍କ ଘର ସିଲ୍ ମାମଲା, ସିଲ୍ ଖୋଲିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର ଜମନକିରାରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘର ସିଲ ମାମଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଘର ସିଲ୍ ଖୋଲିବାକୁ ଜମନକିରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଏ ମାମଲାରେ ବ୍ୟାଙ୍କଠାରୁ ଲୋନ୍ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ତଲବ କରିଛି ଜିଲ୍ଲା ପ୍ରଶାସନ। ସମସ୍ତ ତଥ୍ୟ ଓ ପ୍ରମାଣର ଯାଞ୍ଚ୍ ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଅଭିଯୋଗ ଅନୁସାରେ, ଧନଞ୍ଜୟ ପ୍ରଧାନ କୌଣସି ଋଣ ନେଇନଥିବା ସତ୍ତ୍ୱେ ତାଙ୍କ ଘରକୁ ସିଲ୍ କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା ।ତଦନ୍ତ ରିପୋର୍ଟ ଆଧାରରେ ଯଦି କୌଣସି ଅବହେଳା କିମ୍ବା ତ୍ରୁଟି ସାମ୍ନାକୁ ଆସେ, ତେବେ ସମ୍ପୃକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।