ଟିଭି, ଏସି, ୩୫୦ ସିସିରୁ କମ୍‌ ବାଇକ୍‌ ଉପରେ ଲାଗିବ ଏତିକି ପ୍ରତିଶତ ଜିଏସ୍‌ଟି

ବସ୍ତୁ ଓ ସେବା କର (ଜିଏସ୍‌ଟି)ର ଚାରୋଟି ସ୍ଲାବ ହ୍ରାସ ପାଇ ଏବେ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତରେ ସୀମିତ ହୋଇଛି। ବୁଧବାର ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ୨୨ ସେପ୍ଟେମ୍ବରଠାରୁ ଏହି ଦୁଇଟି ସ୍ଲାବ ଲାଗୁ ହେବ।ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ବର୍ଗ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଯଥା ଟିଭି, ଏୟାର କଣ୍ଡିସନର ଓ ୩୫୦ ସିସିରୁ କମ୍‌ ମୋଟରସାଇକେଲ ଏବେ ୧୮% ଜିଏସ୍‌ଟି ସ୍ଲାବ୍‌ରେ ଆସିବ।” ଯାହା ଦ୍ଵାରା ଲୋକମାନେ କମ୍ ଦାମରେ ବାଇକ୍ କିଣି ପାରିବେ। 

ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, “ଏହି ସଂସ୍କାରରେ ବହୁମୁଖୀ ଓ ବହୁବିଧ ଲକ୍ଷ୍ୟ ରହିଛି, ଯାହା ସମସ୍ତ ନାଗରିକଙ୍କ ପାଇଁ ଜୀବନଯାତ୍ରା ସହଜ ଏବଂ ବ୍ୟବସାୟ ପାଇଁ ସୁବିଧା ନିଶ୍ଚିତ କରିବ।”

You might also like