ଜେଲ ବିଭାଗର ଗୁପ୍ତ ଖବର ବାହାରକୁ ଆସିବା ନେଇ ମିଡିଆକୁ ଟାର୍ଗେଟ କଲେ ଜେଲ ଡିଜି
ଭୁବନେଶ୍ୱର (ରାଜ୍ୟକାହାଣୀ )ଜେଲ ଅବ୍ୟବସ୍ଥା ନେଇ ପ୍ରେସମିଟ୍ ବେଳେ ମିଡିଆକୁ ଟାର୍ଗେଟ କଲେ ଜେଲ ଡିଜି ସୁଶାନ୍ତ ନାଥ ।କହିଲେ ବିନା ପ୍ରମାଣରେ ଖବର ପ୍ରସାରଣ କରୁଛି ମିଡିଆ । ଚୌଦ୍ବାର ଜେଲ୍ରୁ କଏଦୀ ଚମ୍ପଟ୍ ୫ ମାସ ହେଲା କାହିଁକି ଚଲାଉଛନ୍ତି । ଏହାର କୌଣସି ପବ୍ଲିକ ଇଣ୍ଟରେଷ୍ଟ ନାହିଁ ବୋଲି ମୋର ବ୍ୟକ୍ତିଗତ ମତ ।ଏହା ସହ କ’ଣ ଖବର ପ୍ରସାରଣ କରାଯିବ ଓ କେଉଁ ଖବର ପ୍ରସାରଣ କରାନଯିବ ସେନେଇ ସମ୍ବାଦିକଙ୍କୁ ପାଠ ପଢ଼ାଇବାକୁ ବି ପଛାଇଲେନି । ଚୌଦ୍ବାର ଜେଲରେ ମହିଳା କଏଦୀଙ୍କୁ ସୁନା ବଦଳରେ ଟଙ୍କା ଫେରାଇବା ଅଭିଯୋଗ ପ୍ରସଙ୍ଗରେ ପ୍ରଶ୍ନ ବେଳେ ଉତକ୍ଷିପ୍ତ ହୋଇଥିଲେ ଜେଲ ଡିଜି । ତେବେ ପ୍ରେସମିଟରେ ମଡେଲ୍ ଜେଲ୍ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ଜେଲ୍ ଭିତରେ ଓ ବାହାରେ AI କ୍ୟାମେରା ଲାଗିବ। ଜେଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଲୋକ ବଳ ଅଭାବ ଏବେ ଜେଲ ବିଭାଗରେ ଏକ ପ୍ରମୁଖ ସମସ୍ୟା ପାଲଟିଛି । Modern Jail Manual ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀ ରହିଛନ୍ତି । ସାରା ରାଜ୍ୟରେ ବର୍ତ୍ତମାନ ୧୮ ହଜାର ଅନ୍ତେବାସୀ ରହିଛନ୍ତି । ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବା ସହ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଯୋଗ ପ୍ରାଣାୟମ ପାଇଁ ଯୋଗ ଶିକ୍ଷକଙ୍କୁ ନିଯୁକ୍ତ କରିଛି ଜେଲ ବିଭାଗ । କିଛି କାଉନ୍ସିଲରଙ୍କୁ ନିଯୁକ୍ତି ମିଳିଛି। ନିଶା ଛଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସ୍କିଲ ଇଣ୍ଡିଆ ଜରିଆରେ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜେଲ ପରିସରରେ ଚାଷ, ହାତ ତିଆରି ସାମଗ୍ରୀର ପ୍ରଶିକ୍ଷଣ ଓ ବିକ୍ରୟ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି ।