ଜୁଲାଇରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ

ଜୁଲାଇ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି । ତେବେ ବ୍ୟାଙ୍କ ଶାଖା ବନ୍ଦ ରହିବା ସତ୍ତ୍ୱେ, ଗ୍ରାହକମାନେ ସମସ୍ତ ଡିଜିଟାଲ୍ ମାଧ୍ୟମ, ଯେପରିକି UPI, ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ATM ସେବା, ସପ୍ତାହର ସାତ ଦିନ, ୨୪ ଘଣ୍ଟା ବିନା ବାଧାରେ କାର୍ଯ୍ୟ କରିବ । ଗ୍ରାହକମାନେ ସହଜରେ ପାଣ୍ଠି ସ୍ଥାନାନ୍ତର କରିପାରିବେ ଏବଂ ଅନଲାଇନ୍ ପେମେଣ୍ଟ କରିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଏହି ଛୁଟିଗୁଡ଼ିକ ବିଭିନ୍ନ ରାଜ୍ୟର ସ୍ଥାନୀୟ ପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜନ୍ମବାର୍ଷିକୀ ଉପରେ ଆଧାରିତ ।

ସାପ୍ତାହିକ ଛୁଟିଦିନର ତାଲିକା ( ସାରା ଦେଶରେ ପ୍ରଯୁଜ୍ୟ):

ଜୁଲାଇ ୫: ରବିବାର (ସାପ୍ତାହିକ ଛୁଟି)
ଜୁଲାଇ ୧୧: ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)
ଜୁଲାଇ ୧୨: ରବିବାର (ସାପ୍ତାହିକ ଛୁଟି)
ଜୁଲାଇ ୧୯: ରବିବାର (ସାପ୍ତାହିକ ଛୁଟି)
ଜୁଲାଇ ୨୫: ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)
ଜୁଲାଇ ୨୬: ରବିବାର (ସାପ୍ତାହିକ ଛୁଟି)

ଆଞ୍ଚଳିକ ଏବଂ ରାଜ୍ୟସ୍ତରୀୟ ଛୁଟିଦିନ:

ସାପ୍ତାହିକ ଛୁଟି ବ୍ୟତୀତ, ଦେଶର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ଜୁଲାଇ ୬ (ସୋମବାର): MHIP ଦିବସ ଯୋଗୁଁ ମିଜୋରାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ଜୁଲାଇ ୯ (ଗୁରୁବାର): ବେହଦେହିନଖଲାମ ପର୍ବ ଅବସର ମେଘାଳୟରେ ବ୍ୟାଙ୍କ ବନ୍ଦ ।
ଜୁଲାଇ ୧୬ (ଗୁରୁବାର): ରଥଯାତ୍ରା / କଙ୍ଗ/ ହରେଲାର ପବିତ୍ର ଅବସରରେ ଓଡ଼ିଶା, ଉତ୍ତରାଖଣ୍ଡ, ମଣିପୁର ଏବଂ ମେଘାଳୟରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ।
ଜୁଲାଇ ୧୭ (ଶୁକ୍ରବାର): ୟୁ ତିରତ ସିଂହଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ମେଘାଳୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ।
ଜୁଲାଇ ୧୮ (ଶନିବାର): ଦ୍ରୁକପା ତ୍ସେ-ଜି ବୌଦ୍ଧ ପର୍ବ ଯୋଗୁଁ ସିକ୍କିମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ଜୁଲାଇ ୨୨ (ବୁଧବାର): ଖାରଚି ପୂଜାର ପବିତ୍ର ଅବସରରେ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

You might also like