ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ଉଚ୍ଚ ନ୍ୟାୟଳୟ ଆଦେଶକୁ ଖୋଲାଖୋଲି ଉଲଂଘନ।
ନୀଳଗିରି,(ଗଙ୍ଗାଧର ମିଶ୍ର):ବର୍ତ୍ତମାନ ଖରିଫ ଧାନ ଅମଳ ନ ସରୁଣୁ ବର୍ତ୍ତମାନ ନୀଳଗିରିର ଉପଖଣ୍ଡ ର ନୀଳଗିରିଏନଏସି, ଔପଦା ଓ ନୀଳଗିରି ବ୍ଲକ ରେ ମାଳ ମାଳ ବେଆଇନ ଇଟା ଭାଟି କାର୍ଯ୍ୟ କରଥିବା ବେଳେ ନୀଳଗିରି ଉପଖଣ୍ଡ ପ୍ରଶାସନ ଚୁପ ରହିବା ଘଟଣା ସମସ୍ତ ଙ୍କୁ ଆଶ୍ୱର୍ଯ୍ୟ କରିଛି।ସୂଚନାଯୋଗ୍ୟ ନୀଳଗିରି ଏନେସି ଅଧିନସ୍ଥ ମିରିଗିଣି ଗ୍ରାମରେ ଲଷ୍ମୀ,ଔପଦା ବ୍ଲକ ଏସଏସ ପୁର ପଂଚାୟତ ର ଦାଶରଥୀପୁର ଗ୍ରାମରେ ଦୁର୍ଗା ,ପଞ୍ଚଲିଙ୍ଗେସ୍ୱରଠାରେ କେଡି,କଣ୍ଟାବଣିଆ ରେ କୁନା, ଅସ୍ତିଆ ଗ୍ରାମର କନକ ଦୁର୍ଗା, ଗଙ୍ଗା, ପୂଜା, ପିବିଆଇ,ଜଗା, ନାଗ,ସାଇ, ନାମ, ମା, ରାଜ, କାଣ୍ଡଗରରଡି ପଂଚାୟତ ଲଷ୍ମୀ, ଈଶ୍ୱର ପୁର ପଂଚାୟତ ରେ ଏମଏଏସ ଏନ, ଏମପି,ଜେଏଣ୍ଡ ଜେ, ନୀଳଗିରି ବ୍ଲକ ବାଘମରା ଗ୍ରାମ ରେ ଶକ୍ତି , ଜଡିବାଲି ଜୟଦୁର୍ଗା,ଭଉଁରୀଆବାଡ଼ଲିପା ,ଗୋପାଳପୁର ଶକ୍ତି,ପ୍ରତାପପୁର ରେ ମାଆ, ମାଟିଆଳି ତ୍ରିଶୂଳ,ବାଲିସାହି ଶକ୍ତି, ପିଠା ହତା ରେ ନାଲି ଭାଟି ଚାଲିଥିଲା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବେଆଇନ ଚଦର ଇଟାଭାଟି କାର୍ଯ୍ୟ କରୁଥିବା ଦେଖା ଦେଲାଣି । ଯାହାକି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ଉଚ୍ଚ ନ୍ୟାୟଳୟ ଆଦେଶ କୁ ଖୋଲା ଖୋଲି ଉଲଂଘନକରୁଛି। ଫଳରେ ମାଲେ ମାଲ ହେଉଛନ୍ତି ଇଟାଭାଟି ମାଲିକ।ଏଦିଗରେ ନୀଳଗିରି ଉପଖଣ୍ଡ ପ୍ରଶାସନ ଚୁପ ରହିବା ଘଟଣା ସମସ୍ତ ଙ୍କୁ ଚକିତ କରିଛି।ହେଲେ ଏଦିଗରେ କୌଣସି ଦଳର ନେତା ଦେଖି ଅଦେଖା ଘଟଣା ସାଧାରଣ ଜନତା ଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଗତ ୨୦୨୩ ମସିହାରେ କାଣ୍ଡ ଗରଡ଼ି ପଞ୍ଚାୟତ ସିକିଡ଼ିଆ ଗ୍ରାମରେ ଥିବା ବେଆଇନ ମାମା ଇଟା ଭାଟିକୁ ନୀଳଗିରି ତତ୍କାଳୀନ ତହସିଲଦାର ରଞ୍ଜନ ବେହେରା, ପୋଲିସ ଫୋର୍ସ ଉପସ୍ଥିତି ରେ ଇକୋସେନସେଟିଭ ଜୋନ ଆଳ ଦେଖାଇ ଭାଙ୍ଗି ଦେଇ ଥିଲେ ବେଳେ ଅନ୍ୟ ୧୮ଟି ଇଟା ଭାଟି ରେ ନୋଟିସ ଜାରି ପ୍ରଶାସନ କାମ ଶେଷକରିଦେଇ ଥିଲା । ସେଥିମଧ୍ୟରୁ ଇକୋ ସେନ୍ସଟିଭି ଜୋନ ଭିତରେ ଥିବା ୧୮ ଗୋଟି ଵେଆଇନ ଇଟାଭାଟି କୁ ପ୍ରଶାସନ ଭାଙ୍ଗିବାରେ ବିଫଳ ହୋଇଥିଲା ବେଳେ ଇକୋ ସେନ୍ସଟିଭି ଜୋନ ବାହାରେ ଥିବା୪ଟି ଇଟା ଭାଟି କୁ ମଧ୍ୟ ହାତ ମାରିନଥିଲେ।ଗତ ବର୍ଷ୨୦୨୪ମସିହାରେ ମାମା ଭାଟି ମାଲିକ ଉଚ୍ଚ ନ୍ୟାୟଳୟରେ ଆଶ୍ରୟ ନେଇଥିଲେ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ତୁରନ୍ତ ଇଟାଭାଟି ନିଆଁ ଲିଭାଇ ମାଟିରେ ମିଶାଇ ଦେବା ପାଇଁ ଆଦେଶ ଦେଲା ପରେ ସ୍ଥାନୀୟ ପ୍ରଶାସନ ଭାଟି ରେ ପାଣି ମାରି ଭାଟି ନିଆଁ ଲିଭାଇ ଭାଟିରେନାଲି ଫିତା ବାନ୍ଧି ନୋଟିସ ଜାରୀ କରିଥିଲା।ମାତ୍ର ଆଶ୍ୱର୍ଯ୍ୟ କଥା ଚଳିତ ବର୍ଷ ଇଟା ଭାଟି ମାଲିକ ମାନେ ନୋଟିସ ଓ ନାଲି ଫିତା ଉକ୍ତ ସ୍ଥାନର ରୁ ହଟାଇ ପୁଣି ଇଟା କାଟିବାରେ ଲାଗିଥିଲା ବେଳେ ପ୍ରଶାସନ ଚୁପ ରହିବା ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଘଟଣା ସମ୍ପର୍କରେ ନୀଳଗିରି ତହସିଲଦାର ଶ୍ରୀମତୀ ସୋନମଦାସ ପଚାରିବାରୁ ତଦନ୍ତ କରି କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରିବେବୋଲି କହିଛନ୍ତି।