ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ

ଭୁବନେଶ୍ୱର (ରାଜ୍ୟକାହାଣୀ )ସମ୍ବଲପୁର  ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି l ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ 14 ବର୍ଷୀୟ ମାନସିକ ଅନଗ୍ରସର ତଥା ମୁକ ବଧିର ନାବାଳିକାଙ୍କ ଅସ୍ବାଭାବିକ ଭାବେ ପେଟ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ତାଙ୍କ ବାପା ମା’ ସନ୍ଦେହ କରିଥିଲେ lଗତ ବୁଧବାର ଦିନ ସେମାନେ ସମ୍ପୃକ୍ତ ନାବାଳିକାଙ୍କ ବାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡ଼ାକ୍ତରୀ ଯାଞ୍ଚ କରାଇଥିବା ବେଳେ ସେ ଗର୍ଭବତୀ ଥିବା ଜଣାପଡିଥିଲା l ମାତ୍ର ନାବାଳିକା ଜଣକ ମୁକ ବଧିର ଥିବା ବେଳେ କିଏ ତାଙ୍କ ସହ ଦୁଷ୍କର୍ମ କଲା ସେ କହି ପାରୁ ନାହାଁନ୍ତି l ଏହାକୁ ନେଇ ପୀଡ଼ିତାଙ୍କ ମାଆ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଉକ୍ତ ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଛି l

You might also like