ଜଗନ୍ନାଥଧାମ ପୁରୀରୁ ଫେରିବାବାଟରେ ବୃଦ୍ଧ ନିଖୋଜ।


ନୀଳଗିରି (ରାଜ୍ୟ କାହାଣୀ)- ସ୍ତ୍ରୀ ପୁଅଙ୍କ ସହିତ କାଳିଆଦର୍ଶନ ପାଇଁ ପୁରୀ ଆସି ଘରକୁ ଫେରିପାରିନାହାନ୍ତି ବରହମପୁର ଥାନା ଧରମପୁର ଅଞ୍ଚଳର ବୃଦ୍ଧ ସନାତନ ବେହେରା। ସୂଚନା ଅନୁଯାୟୀ ସନାତନ(୭୮), ତାଙ୍କ ସ୍ତ୍ରୀ ଏବଂ ପୁଅ ଚିତ୍ତରଞ୍ଜନ ସହିତ ପୁରୀ ଜଗନ୍ନାଥ ଦର୍ଶନରେ ଯାଇଥିଲେ। ୬ତାରିଖ ପୁରୀ ପାଟଣା ଏକ୍ସପ୍ରେସ ଯୋଗେ ବାଲେଶ୍ୱର ଫେରୁଥିବା ବେଳେ ସାକ୍ଷୀଗୋପାଳ ଷ୍ଟେସନ ନିକଟରେ ଟ୍ରେନ ଅଟକିଥିବା ବେଳେ ସନାତନ ଟ୍ରେନରୁ କୌଣସି କାରଣପାଇଁ ଓହ୍ଲାଇ ପଡିଥିଲେ। ହଠାତ୍ ଟ୍ରେନ ଛାଡିଦେବାରୁ ବୃଦ୍ଧଜଣକ ରହିଯାଇଥିଲେ। ପୁଅ ଚିତ୍ତରଞ୍ଜନ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇ ସାକ୍ଷୀଗୋପାଳ ଯାଇ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ଶେଷରେ ସତ୍ୟବାଦୀ ଥାନାରେ ବାପାଙ୍କ ନିଖୋଜ ନେଇ ଜଣାଇଥିଲେ। ତେବେ ସତ୍ୟବାଦୀ ପୋଲିସଙ୍କୁ ଉଦ୍ଧାର କରିବାପାଇଁ ନିବେଦନ କରିବା ସହିତ ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ବାପାଙ୍କର ଖବର ପାଆନ୍ତି ତେବେ ୭୫୦୪୪୨୯୧୧୬ମୋବାଇଲ ଫୋନରେ ଯୋଗାଯୋଗ କରିବାପାଇଁ ଅନୁରୋଧ ଜଣାଇବା ସହିତ ବାପାଙ୍କର ସାମାନ୍ୟ ମୁଣ୍ଡଦୋଷ ଥିବା କହିଛନ୍ତି।

You might also like