ଛାତ୍ରଛାତ୍ରୀଙ୍କ ଆଗରେ ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ
ରାଜ୍ୟ କାହାଣୀ (ଭୁବନେଶ୍ଵର)ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ ।ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତ ସ୍ରାବ ହେଉଥିବାର ଏକ ଭାଇରାଲ ଭିଡିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୂରିି ବୁଲୁଛି। ଉକ୍ତ ଭିଡିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଘଟଣାର ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବା ଦେଖାଯାଇଛି। ତେବେ ମିଳିଥିବା ସୂଚାନା ଅନୁସାରେ, ବିଦ୍ୟାଳୟରେ କୌଣସି ସଫେଇ କାର୍ଯ୍ୟକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରି ମାଡ଼ପିଟରେ ରୂପାନ୍ତରିତ ହୋଇଥିଲା। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଖବର ମିଳିଛି।ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଆରସିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଇଓ କରନ ଶର୍ମା କହିଛନ୍ତି। ରିପୋର୍ଟ ଆସିବା ପରେ ଆାବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।