ଚିଲିକା ମଝିରେ ବୋଟରୁ ସରିଗଲା ତେଲ, ଟାପୁରେ ଫସିଛନ୍ତି ୧୦୦ରୁ ଅଧିକ ମତ୍ସ୍ୟଜୀବୀ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଚିଲିକା ମଝିରେ ବୋଟରୁ ସରିଗଲା ତେଲ । ଟାପୁରେ ଫସିରହିଲେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ । ପୁରୀ କୋଣାର୍କ ଅଞ୍ଚଳରୁ ଯାଇଥିବା ୪୦ରୁ ଅଧିକ ଡଙ୍ଗାରେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଫସିରହିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।ଚିଲିକା ଭିତରେ କଣାସ ଅଞ୍ଚଳରୁ ପ୍ରାୟ ୪୦ ଟି ଡଙ୍ଗା ଓ ସେଥିରେ କାମ କରୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଏବେ ଚିନ୍ତାରେ । ତେଲ ଶେଷ ହୋଇଯାଇଥିବା ଚିଲିକା ମଝିରୁ ଆସି ପାରୁନଥିବା ନେଇ ଫୋନ ଯୋଗେ ସୂଚନା ଦେଇଛନ୍ତି ମତ୍ସ୍ୟଜୀବୀ ।ଖବର ଅନୁଯାୟୀ, ରାଜ୍ୟରେ କୁତ୍ରିମ ତୈଳ ସଂକଟ ଦେଖା ଦେଇଛି । ତୈଳ କମ୍ପାନି ଓ ଯୋଗାଣ ବିଭାଗ ତେଲ ମହଜୁଦ ଅଛି କହୁଥିବା ବେଳେ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ି ଦେଖିବାକୁ ମିଳୁଛି । ଯାହାଫଳରେ ରାଜ୍ୟ ପୋଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ ଦେଖା ଦେଇଛି । ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି ।

You might also like