ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଖବର, ଟଙ୍କା ଫେରସ୍ତ ଅବଧି ବଢାଇଲେ ସରକାର
ଭୁବନେଶ୍ୱର (ରାଜ୍ୟକାହାଣୀ )ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ପୂର୍ବରୁ ଜାନୁଆରୀ ୩୧ ଯାଏଁ ଅବଧି ଥିଲା। ଏବେ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ତ ହେବ। ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ RIଙ୍କ ନିକଟରେ ଆବେଦନ କରିବେ। ଏହାର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ। ୮ରୁ ଦଶ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ସରକାର।୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଟଙ୍କା ପାଇବେ। ନିଜ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇନଥିବା ଜମାକାରୀଙ୍କର ସମ୍ପୂର୍ଣ୍ଣ ତାଲିକା ରହିଛି। ଏତଦ୍ ବ୍ୟତୀତ ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ/ଆଫିଡେଭିଟ୍ ନମ୍ଵର ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ ଜମାକାରୀଙ୍କ ନାମ/ଆପ୍ଲିକେସନ ନମ୍ଵର www.opid.odisha.gov.inରେ ଦେଇ ସେମାନଙ୍କ ଆବେଦନ ପତ୍ରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିପାରିବେ।