ଚୌଦ୍ବାର ଜେଲ୍‌ରୁ ୨ଡକାୟତ ଚମ୍ପଟ ଘଟଣା : କଏଦୀଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍‌ ଗଠନ

୨୪ ଘଣ୍ଟା ପରେ ବି ଚୌଦ୍ୱାର ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଡକାୟତଙ୍କ ମିଳିନି ଟେର। ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଏଥିରେ ବଛାବଛା ପୋଲିସ ଅଧିକାରୀ ଅଛନ୍ତି ।। ଚୌଦ୍ବାର ଜେଲ ରୋଡ଼ରୁ ଚାରିବାଟିଆ ରାସ୍ତାରେ ଲାଗି ଥିବା ସିସିଟିଭି କ୍ୟାମେରା ଫୁଟେଜ ଚେକ କରାଯାଉଛି । ବିଭିନ୍ନ ରେଳଷ୍ଟେସନ, ଚାରିବାଟିଆ, ନିର୍ଗୁଣ୍ଡି, ଟାଙ୍ଗୀ, କଟକ ସହ ଅନେ ସ୍ଥାନରେ ରାତି ସାରା ଚେକିଂ ହୋଇଛି। ବିଭିନ୍ନ ଛକ ସ୍ଥାନ ଓ ଚୌଦ୍ୱାର ହାଉସିଂ ବୋର୍ଡ ଅଂଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସୂଚନାମୁତାବକ ଗୁରୁବାର ରାତି ପ୍ରାୟ ଗୋଟାଏ । ହାଇ ସିକ୍ୟୁରିଟି ସେଲରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ସେଲ୍‌ର ଦାୟିତ୍ବରେ ଥିବା ୱାର୍ଡର ଓ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି ।

You might also like